ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ନେଲେ ଶପଥ, ଭିଡିଓ ହେଲା ଭାଇରାଲ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ନେଲେ ଶପଥ, ଭିଡିଓ ହେଲା ଭାଇରାଲ

Hindustan Times

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରିଷ୍ଠ ଆଇପିଏସ୍‌ ଓ ଆଇଏଏସ୍‌ ଅଧିକାରୀ ଏକ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇ ଶୀଘ୍ରରୁ ଶୀଘ୍ର ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସଙ୍କଳ୍ପ ବା ଶପଥ ଗ୍ରହଣ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଉତ୍ତରପ୍ରଦେଶର ଅନ୍ୟତମ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଗୃହରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ସୂର୍ଯ୍ୟ କୁମାର ଶୁକ୍ଲା ଏକ ଯଞ୍ଜକୁଣ୍ଡ ଉପରେ ହାତ ରଖି ଏହିପରି ଶପଥ ନେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ଘଟଣା ଏବେ ଉଭୟ ଉତ୍ତର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ବିତର୍କର ବଳୟ ମଧ୍ୟକୁ ଟାଣି ନେଇଛି।

publive-image Scroll.in

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ସମଗ୍ର ବିଚାରମଞ୍ଚ ପକ୍ଷରୁ ଗତ ଜାନୁଆରି ମାସ ୨୮ ତାରିଖରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୧୯୮୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଉତ୍ତରପ୍ରଦେଶ ଗୃହରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ସୂର୍ଯ୍ୟ କୁମାର ଶୁକ୍ଲା ତାଙ୍କର ଅନ୍ୟ ସହଯୋଗୀ ଏବଂ ଅନ୍ୟ ରାଜ୍ୟର ଅନ୍ୟ ଆଇଏଏସ୍‌ ଅଧିକାରୀଙ୍କ ଗହଣରେ ଏକ ଯଞ୍ଜ କୁଣ୍ଡ ଉପରେ ମିଳିତ ଭାବେ ହାତ ରଖି, ‘ଆମେ ସବୁ ରାମଭକ୍ତ, ଏହି ଶପଥ ନେଉଛୁ ଯେ ଶୀଘ୍ରରୁ ଅତି ଶୀଘ୍ର ଭବ୍ୟ ରାମ ମନ୍ଦିରର ନିର୍ମାଣ ହେବ’, ବୋଲି କହି ଶପଥ ଗ୍ରହଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ବହୁ ବରିଷ୍ଠ ଆଇପିଏସ୍‌ ଓ ଆଇଏଏସ୍‌ ଅଧିକାରୀ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଏହିପରି ଶପଥ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ଗୃହରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ସୂର୍ଯ୍ୟ କୁମାର ଶୁକ୍ଲା ସ୍ୱୀକାର କରିବା ସହ ତାଙ୍କ ବକ୍ତବ୍ୟକୁ ଗଣମାଧ୍ୟମରେ ଭୁଲ୍‌ଭାବେ ଉପସ୍ଥାପିତ କରାଯାଇଛି ବୋଲି ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ବୁଦ୍ଧିଜୀବୀ ସମ୍ମିଳନୀ ଥିଲା। ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe